pr

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଧୂମସୁ ଓ ବଙ୍ଗୋମୁଣ୍ଡା ବିଜୟୀ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା’ ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଦ୍ଵିତୀୟ ଦିବସରେ ମୁଖ୍ୟଅତିଥି ଭାବେ କପିଲାଭଟା ସରପଞ୍ଚ ତୁଳସେ ଭୋଇ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ନାଏବ ସରପଞ୍ଚ ଝସକେତନ ସାହୁ, ଜିଓଟେଗ ଶୋଭାକର ନାଗ, ପଞ୍ଚାୟତ ଯୁବ ବିଜେଡି ସଭାପତି ଧର୍ମେନ୍ଦ୍ର ଦାସ, ଯୁବନେତା ତେଜରାଜ ଭୋଇ, ଯୋଗାଣ ସହାୟକ ଗୌରାଙ୍ଗ ବାଗ, ଓଡିଶା ବିଏସ୍‌ଏଚ୍‌ ମ୍ୟାନେଜର ଜିତାମିତ୍ର ବିଶି, ୱାର୍ଡ ମେମ୍ବର ଗୌରୀଶଙ୍କର ସଗରିଆ, ନିଳେନ୍ଦ୍ରୀ ତାଣ୍ଡି, ନିଲାବତୀ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିବସର ପ୍ରଥମ ରାଉଣ୍ଡରେ ଧୂମସୁ ଓ ଖଡ଼ିଆଳ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଧୂମସୁ ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ ବଙ୍ଗୋମୁଣ୍ଡା ଓ ଖୁଦପେଜ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୁଦପେଜ ଦଳକୁ ପରାସ୍ତ କରି ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ରେଫରୀ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣଓ, ପୁରନ୍ଦର କରୁଆଁ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ଟିକେଶ୍ୱର ବିଶିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.