om academy

ଦେଓଗାଁ ବ୍ଲକରେ ଗଡ଼ିଲା ଆବାସ ଯୋଜନାର ସଚେତନତା ରଥ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଦୁର୍ନୀତି ମୁକ୍ତ କରିବା ଓ ଲୋକେ ଠିକ୍‌ ସମୟରେ ଘର ନିର୍ମାଣ କରି ସରକାର ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ପାଇବା ପାଇଁ ଏକ ସଚେତନତା ରଥକୁ ପତାକା ଦେଖାଇ ଉଦ୍‌ଘାଟନ କରିଛନ୍ତି ଭାରପ୍ରାପ୍ତ ବିଡ଼ିଓ ରୁଦ୍ରପ୍ରସାଦ ସୁନା । ଏହି ସଚେତନତା ରଥ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତର ୧୨୬ଟି ଗାଁକୁ ଆସନ୍ତା ୨୫ତାରିଖ ପର୍ୟ୍ୟନ୍ତ ଗଡ଼ିବ । ଏହି କାର୍ୟ୍ୟକ୍ରମକୁ ବିପିସି ଦୟାଳୁ ସାହୁ, ବିପିଏ ଅଭିନାଶ ସାହୁ ପରିଚାଳନା କରିଛନ୍ତି ।

Leave A Reply

Your email address will not be published.