p purohi

ଟିଟିଲାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

dr. purohit

ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ଘଣ୍ଟାସନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ଦ୍ୱାରା ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟିଟିଲାଗଡ଼ର ପରିଚିତ ସ୍ୱେଚ୍ଛାସେବୀ ବନମାଳୀ ବେହେରା ଆରମ୍ଭ କରିଥିବା ବେଳେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ପଙ୍କଜ ନାମଦେବ, ସିତମ ସାଗର ବେଦବାକ, ସନ୍ତୋଷ ମହାନ୍ତି, ଅମ୍ଳାନ ଷଡଙ୍ଗୀ, ରାଜା ବଗର୍ତ୍ତି, ବିଜୟ ମେହେର, ଶିବା ସାହୁ, ବାପି ଡେବିଡ଼, ବିରବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଯୁବା ମଞ୍ଚର କେନ୍ଦ୍ରୀୟ ସଂଯୋଜକ ଅଭିଷେକ ଦାଶ ଓ ବଲାଙ୍ଗିର ଜିଲ୍ଲା ସଦସ୍ୟଙ୍କ ଉପସ୍ଥିତିରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ସୁଚିସ୍ମିତା ଷଡ଼ଙ୍ଗୀ ଆବାହକତ୍ୱ କରିଥିବା ବେଳେ ଆଲୋକ ସାହୁ, ବିଜୟାନନ୍ଦ ମହାକୁର, ରିଙ୍କି ମେହେର, ଗଣେଶ ପଧାନ, ଖଗେଶ୍ୱର ପଧାନ, ମିହିର୍ ସେନ ଭୁଏ ଏବଂ ଡ଼ିଏଭି କଲେଜର ଏନ୍‌ସିସି ଛାତ୍ରଛାତ୍ରୀ ଶୃଙ୍ଖଳା ବ୍ୟବସ୍ଥା ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସମସ୍ତ ରକ୍ତଦାତା ଏବଂ ଅତିଥି ମାନଙ୍କୁ ଚାରା ଗଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.