oom

ଯୁବ ସ୍ୱାଭିମାନ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଏକ ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁବ ସ୍ୱାଭିମାନ ଦିବସର ଓଡ଼ିଶା ସମ୍ବାଦ ଓ ଆମ ଓଡ଼ିଶାର ପୁଷ୍ପକେତୁ ବେହେରାଙ୍କ ଆହ୍ୱାନ କ୍ରମେ କୁର୍ଲି ଗାଁ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ବ୍ଲକ ସଭାଗୃହଠାରେ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ୍ ଅଧ୍ୟକ୍ଷା ପୂଜା ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍ ଏବଂ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମହାକୁଡ଼, ପିଇଓ ଦେବରାଜ ତାଣ୍ଡି, ମହୁଲପାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜିବ ସାହୁ, କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦିନୀ ନାଗଙ୍କ ସ୍ଵାମୀ ଭରତ ନାଗ ଉପସ୍ଥିତ ହୋଇ ରକ୍ତଦାନ କରିଥିଲେ । ଏହା ସହିତ ଡା. ଉମାଶଙ୍କର ସାହୁ ଓ ଡା. ଅମିର ମେହେର, ଏଟେଣ୍ଡାଣ୍ଟ ଗୁରୁବାରୁ ରଣା, କୁନାଲ ଦାଶ, ଗଜପତି ବେହେରା ଲାଇଫ୍ ଟେକ୍ନିସିଆନ୍, କଣ୍ଟାବାଞ୍ଜି ସାମ୍ବାଦିକ ସପ୍ସଘ, ସମିତି ସଭ୍ୟ ପ୍ରମୋଦ ମହାପାତ୍ର, ଦୁଆର୍ଶନୀ ୟୁଥ୍ କ୍ଳବ୍, ଦାବରିର ସଦସ୍ୟମାନେ ଏବଂ ମହୁଲପାଟି, ଧରଣୀ, ଦାବୀ, ତୁରେକେଲା, ହଲନଭଟା, ଗଞ୍ଜାଉଡା, କୁକୁରାହାଡ, ପଖାନମୁଣ୍ଡା, ତେତେଲଖୁଟି ଅଞ୍ଚଳର ସମସ୍ତେ ଆସି ପ୍ରାୟ ୩୨ ୟୁନିଟ ରକ୍ତଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କୌସିକ ମେହେର, କୁନା ଖାନ, ନରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.