ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ମେଗା ରକ୍ତଦାନ ଶିବିର । ରକ୍ତଦାନ, ମହତ୍‌ ଦାନ । ରକ୍ତ ଦାନ କରି ନିଜେ ବଂଚିବା ସହ ଅନ୍ୟକୁ ବଂଚିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ନିଜ ଜନ୍ମଦିନରେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ସୋମନାଥ । ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ପେସିଆଲ୍‌ ଦିନକୁ ଆହୁରି ସ୍ପେସିଆଲ୍‌ ଭାବେ ପାଳନ କରିବା ପାଇଁ ଏଭଳି ରକ୍ତଦାନ ଶିବିର ଆୟୋଜନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.