pr

ସଂକ‌ଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ : ୪୦ୟୁନିଟ ରକ୍ତସଂଗ୍ରହ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : କୋଭିଡ -୧୯ ପାଇଁ ସମସ୍ତ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଦେଖା ଯାଉଥିବାରୁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଚାଲିଛି । ରକ୍ତ ସଂଗ୍ରହ ଅଭିଯାନର ଆଜି ଚତୁର୍ଥ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ଭଟଲି ଛକରେ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ଦୁଇ ଜଣ ମହିଳା ରକ୍ତଦାତା‌ଙ୍କ ସମେତ ସର୍ବମୋଟ ୪୦ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ଶିବିରଟି ସଂକଳ୍ପ ପରିବାର ସଦସ୍ୟ ମୋହନ ଅଗ୍ରୱାଲ ଓ ବିକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ହିମାଂଶୁ ପଣ୍ଡା, ଶେଷଦେଵ ପଧାନ, ବିଧାନ ଦନ୍ତା, ଟିକେଲାଲ ପଧାନ, ନିଲେସ ପଧାନ, ଲୋକନାଥ ମେହେର, ବିକାଶ ଭୋଇ, ଦିବାକର ମାଝୀ, ସନ୍ଦୀପ ସେଠ୍ ସମେତ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.