ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଇ-ମେଲ୍‌ ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉପସଭାପତି ଶ୍ରୀ ମିଶ୍ରଙ୍କର ନିରାମୟ ଜୀବନ କାମନା କରିବା ସହ ୨୦୨୧ ତାଙ୍କୁ ସଫଳତା ପ୍ରଦାନ କରୁ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.