୩ ମାସରେ ଘର ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ସଇଁନ୍ତଲା ବ୍ଳକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କିଛି ମାସ ହେଲା ବିଡିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଛନ୍ତି ଏବଂ ଲୋକଙ୍କ ପାଇଁ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି । ତେବେ ୩ ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଟାର୍ଗେଟ ଅନୁଯାୟୀ ୧୦୦ ପ୍ରତିଶତ ଘର ଅନେକ ଲୋକଙ୍କ ସମ୍ପୂର୍ଣ୍ଣ ହୋଇଛି ଏବଂ ଶିଶକେଲା ପଞ୍ଚାୟତର ଅନେକ ଲୋକେ ୩ ମାସ ମଧ୍ୟରେ ଘର ସମ୍ପୂର୍ଣ୍ଣ କରୁଛନ୍ତି । ତେବେ ଏହାକୁ ନେଇ ଏବେ ସଇଁନ୍ତଲା ବ୍ଳକ ଚର୍ଚ୍ଚାରେ ଅଛି ।

ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ଡ଼. ମହେଶ୍ବର ସ୍ୱାଇଁଙ୍‌ଙ୍କ ଦ୍ଵାରା ସଇଁନ୍ତଲା ବ୍ଳକର ବିଡ଼ିଓ ଦେବାଶିଷ ସାମଲ ପୁରସ୍କୃତ ହୋଇଛନ୍ତି । ପ୍ରକାଶ ଥାଉ କି, ଗତ କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରବାସୀ ଓଡିଆ ମାନଙ୍କ ପାଇଁ ମନରେଗା ଯୋଜନାରେ କାମ ଯୋଗାଇ ଦେଇଥିବା ବେଳେ ସେ ଗତ କିଛି ମାସ ତଳେ ମନରେଗା ଯୋଜନରେ ସଇଁନ୍ତଲା ବ୍ଲକ ନମ୍ବର ୧ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇ ସାରିଛନ୍ତି । ଲୋକଙ୍କ ରାଜ୍ୟ ସରକାରଙ୍କ ମୋ’ ବଗିଚା ଯୋଜନାକୁ ମଧ୍ୟ ସଫଳ କରିବା ସହ ଏହି ଯୋଜନା ମାଧ୍ୟମରେ ଅନେକ ଗୃହିଣୀ ମହିଳା ମାନଙ୍କୁ ଏସଏଚଜି ମାଧ୍ୟମରେ ରୋଜଗାର ମଧ୍ୟ ଦେଇ ସାରିଛନ୍ତି । ସ୍ୱଚ୍ଛ ସୁନ୍ଦର ପରିବେଶ ରଖିବା ପାଇଁ ତାଙ୍କର ଇଚ୍ଛା ଶକ୍ତି ଅନେକ ରହିଛି ।

ଦୁର୍ନୀତିକୁ ପ୍ରଶ୍ରୟ ଦେଉନଥିବା ବିଡିଓ ସଇଁନ୍ତଲା ବ୍ଲକରେ ଶ୍ରୀ ସାମଲ୍‌ ହେଉଛନ୍ତି ପ୍ରଥମ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନେକ ନିରୀହ, ଗରିବମାନଙ୍କ ସମସ୍ୟା ଭିନ୍ନ ଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇିଛି । ତେବେ ବ୍ଲକ ପ୍ରଶାସନର ତତ୍ପରତା ସହ ଖବର ପ୍ରସାରଣ ହେବା ମାତ୍ରେ ବିଡିଓ ଲୋକଙ୍କ ପାଖକୁ ପହଂଚି ସମସ୍ୟାର ସମାଧାନ କରିବା ସହ ସହାୟତା ପ୍ରଦାନ ମଧ୍ୟ ବଜାୟ ରଖିଛନ୍ତି । ତେବେ ଇଚ୍ଛା ଶକ୍ତି ଓ ସ୍ୱଚ୍ଛତା ଥିଲେ ଆପେ ଆପେ ଲୋକଙ୍କ ପାଖକୁ ପହଂଚିବାକୁ ହୁଏ, ଏହା ସେମିତି କିଛି ବଡ କଥା ନୁହଁ ବୋଲି ବିଡିଓ ଦେବାଶିଷ ସାମଲ କହିିଛନ୍ତି । ଏନେଇ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇବା ସହ ଖବର ପ୍ରସାରଣ ହେବା ଦ୍ୱାରା ଆମେ ଲୋକଙ୍କ ପାଖରେ ପହଂଚି ପାରୁଛୁ ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!