
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ମହାନଦୀ କୋଲ ଫିଲ୍ଡ ସୁନ୍ଦରଗଡ଼ ପ୍ରତିନିଧି ଭାବେ ରାଜେଶ ରାୟଙ୍କୁ ମଙ୍ଗଳବାର ଘୋଷଣା କରାଯାଇଛି । ସ୍ଥାନୀୟ ଶ୍ରମିକ କର୍ମଚାରୀମାନଙ୍କ ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗରେ ପ୍ରତିନିଧି ଭାବେ ଶ୍ରୀ ରାୟ ସାଂସଦ ପ୍ରତିନିଧିତ୍ୱ କରିବେ । ଏନେଇ ସାଂସଦ ଶ୍ରୀ ରାୟ ଏମ୍ସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ କୋଲେଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।