
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଯାଇଛି । ବିଗତ ବର୍ଷମାନଙ୍କ ପରି ଏହି ବର୍ଷ ମଧ୍ୟ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ବର୍ଷ କଲେଜର ପାସ ହାର ୯୫ ପ୍ରତିଶତ ରହିଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ୪୫୦ ରୁ ଅଧିକ ୫ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ମୋଟ ୨୫ ଜଣ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟାଂଶ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ହେଲେ, ମାନସ ପଧାନ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୩୩%ର ଉନ୍ନତି) ସୃତିରେଖା ମଲ୍ଲିକ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୨୫% ଉନ୍ନତି), ଲିନି ବେହେରା(ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୨୫% ଉନ୍ନତି), ସ୍ପନ୍ଦନ ସ୍ୱାଇଁ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୧୫% ଉନ୍ନତି), ଅନନ୍ୟା ପାଣିଗ୍ରାହୀ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୨୪% ଉନ୍ନତି), ଓମ୍ ଅଗ୍ନିହୋତ୍ରୀ ମୁଦୁଲି (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୧୭% ଉନ୍ନତି), ଶୁଭଶ୍ରୀ ଭୋଇ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୧୮% ଉନ୍ନତି), ଲିପି ସାହୁ (ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ୨୩% ଉନ୍ନତି) ଏହିପରି ଅଧିକାଂଶ ଛାତ୍ରଛାତ୍ରୀ ମାନେ ତାଙ୍କ ଦଶମ ମାର୍କରୁ ଦ୍ୱାଦଶ ମାର୍କରେ ଉନ୍ନତି କରିଛନ୍ତି ।