p purohi

୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ ଉଦ୍‌ଯାପିତ

dr. purohit

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ଦୁଇ ଦିନ ଧରି ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ । ଏହି କାର୍ଯ୍ୟକ୍ରମ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା “ଓଡିଶା ମୁଏଥାଇ ୟୁନିଅନ” ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ସ୍ଥିତ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡ଼ିୟମ ଠାରେ ଆୟୋଜିତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୭ ଟି ଜିଲ୍ଲାରୁ ମୋଟ ୧୬୭ ଜଣ ପ୍ରତିଯୋଗୀ, ୩୭ ଜଣ ଅଫିସିଆଲ, ଟିମ୍ୟାନେଜର୍‌, କୋଚ୍‌ ଅଂଶଗ୍ରହଣ କରି କାର୍ଯ୍ୟକୁ ସଫଳ କରାଇଥିଲେ । ଉକ୍ତ ପ୍ରତିଯୋଗିତାରେ ମୋଟ ପଦକ ତାଲିକାକୁ ଆଧାର କରି ବେଷ୍ଟ୍‌-ଟିମ୍‌-ଚାମ୍ପିୟନ ଭାବରେ ବରଗଡ଼ ଜ଼ିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଅନୁଗୁଳକୁ ରନ୍‌ର୍ସ-ଅପ ଦଳ ଘୋଷିତ କରାଯାଇଥିଲା । ଏଥିସହିତ ଅନୁଗୁଳ ଜ଼ିଲ୍ଲାରୁ ବହୁ ସଂଖ୍ୟାରେ ମହିଳା ଅଂଶ ଗ୍ରହଣକରିଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଥିବା ବେଳେ ସୁନ୍ଦରଗଡ଼ ଜ଼ିଲ୍ଲାକୁ ଶୃଙ୍ଖଳିତ ଦଳ ଭାବେ ଏବଂ ବରଗଡ଼ ଜ଼ିଲ୍ଲାକୁ ଶୃଙ୍ଖଳିତ ଆୟୋଜକ ଭାବେ ସମ୍ମାନିତ କରାଯାଇଥିଲା । ଓଡିଶା ମୁଏଥାଇ ୟୁନିଅନର ରାଜ୍ୟ ସଭାପତି ରବି ନାରାୟଣ ପଣ୍ଡାଙ୍କ ସଭାପତିତ୍ଵରେ ଓ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସଵରେ ବରଗଡ଼ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ବରିଷ୍ଠ କ୍ରୀଡା ସଙ୍ଗଠକ ଅରୁଣ କୁମାର ମହାନ୍ତି, ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର, ଜ଼ିଲ୍ଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରତିଯୋଗିତା ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ଟେକ୍ନିକାଲ ସେକ୍ରେଟାରୀ ଚନ୍ଦ୍ର ଶେଖର ବାହୁକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କୃତିପ୍ରତିଯୋଗୀଙ୍କୁ ଉତ୍ସାହିତ କରିବାସହ ପଦକ ଦେଇ ସମ୍ମାନିତ କରାଇଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ସମସ୍ତ ଯୋଗ୍ୟ ମୁଏଥାଇ କ୍ରୀଡ଼ାବିତଙ୍କୁ ଆଗାମୀ ୧୬ ରୁ ୨୨ ଜୁନରେ ମଧ୍ୟପ୍ରଦେଶ ଠାରେ ହେବାକୁ ଥିବା ନ୍ୟାସନାଲ ମୁଏଥାଇ ଚାମ୍ପିଅନସିପ୍‌ରେ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସୁଯୋଗ ମଧ୍ୟ ମିଳିବ ବୋଲି ଘୋଷଣା କରାଯାଇଥିଲା ।

nrusinghnath
Leave A Reply

Your email address will not be published.