jayashree

ବିଚାରୀ ତୁଲସୀ କାଲସାଏଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମର ବାସି‌ନ୍ଦା ତୁଲସୀ କାଲସାଏ ଓ ତାଙ୍କ ଝିଅ ଗାଁ ମଝିରେ ରହ‌ନ୍ତି । ମାଁ ଝୀଅ ଦୁହେଁ ମାନସିକ ଭାରସାମ୍ୟ ହରାଇ ଥିବା ଲୋକେ ପ୍ରକାଶ କରିଛନ୍ତି । ତୁଲସୀଙ୍କ ପୁଅ ବାହାର ରାଜ୍ୟକୁ କାମ କରି ଯାଇଥିବା ବେଳେ ଆଉ ଫେରି ନ ଥିଲେ । ପଞ୍ଚାୟତ କାର୍ୟ୍ୟାଳୟରୁ ପ୍ରାୟ ଦୁଇ କିମି ଓ ବ୍ଳକ କାର୍ୟ୍ୟାଳୟରୁ ପ୍ରାୟ ୧୫ କିମି । ହେଲେ ଏଠି ବିଚାରୀ ତୁଲସୀ ଓ ତାଙ୍କ ଝିଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ । ମଧ୍ୟାହ୍ନର ପ୍ରକୋପ ତା ସହ ବନ୍ଧୁ ବାନ୍ଧିଛି । ଖରା , ବର୍ଷା, ଶୀତ ଯେମିତି ତାର ଅତି ସଂପର୍କୀୟ । ହେଲେ ଗ୍ରାମରେ ଜନପ୍ରତିନିଧି ୱ।ର୍ଡମେମ୍ବର, ଅଙ୍ଗନବାଡ଼ି କର୍ମୀ, ଆଶାଙ୍କ ସମେତ ସରପଞ୍ଚ, ସ୍ବେଚ୍ଛାସେବୀ, ଶିକ୍ଷିତ ବ୍ୟକ୍ତି ବିଶେଷ, ପ୍ରଶାସନ କଳର ଅଧିକାରୀଙ୍କ ଗନ୍ତବ୍ୟ ବାଟ । ହେଲେ ବି ଥରୁଟାଏ ଏହି ଅସହାୟ ମାଁ ଝୀଅଙ୍କ ପ୍ରତି ସମବେଦନା ନାହିଁ କହିଲେ ଚଲେ । ସତରେ ଯଦି ସ୍ଥାନୀୟ ସରପଞ୍ଚ, ବ୍ଳକ ପ୍ରଶାସନ ଅଧିକାରୀ ଅସହାୟ ତୁଲସୀ ଓ ତାଙ୍କ ଝିଅଙ୍କ ପ୍ରତି ସାହାଯ୍ୟର ହାତ ବଢାନ୍ତେ ତେବେ ନିଶ୍ଚିତ ଭାବେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଲିଭି ଯାଉଥିବା ମାନବିକତା ପୁଣି ଜଳି ଉଠନ୍ତା ବୋଲି ବୁଦ୍ଧୀଜୀବି ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.