pr

ଅବହେଳିତ କଣ୍ଠେଶ୍ୱରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲା ଏବଂ ବେହେରାଟାଲ ଗ୍ରାମର ଚାଷୀ ମାନେ ପଦ୍ମପୁର କ୍ଷୁଦ୍ର ଜଳସେଚନ ଯୋଜନାର ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରକଳ୍ପର ଅସଂପୂର୍ଣ୍ଣ କେନାଲ ଅନ୍ତର୍ଲା ପଟକୁ ହେଡ୍‌ରେ ଗୁଲେଟର ସରପ୍ଲସ କାମ ପୂର୍ଣ୍ଣାଙ୍ଗ କରିବା ପାଇଁ ଆଲୋଚନା କରିଥିଲେ । ନିର୍ବାହୀ ଯନ୍ତ୍ରୀ ୨୦୨୧ ମଇ ମାସ ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ଆଲୋଚନା ଉକ୍ତ ଅଞ୍ଚଳର ଚାଷୀ ନେତା ସୁରେଶ ଚାନ୍ଦ, ତୁଲାରାମ ପାଣ୍ତେ, ରତ୍ନମଣୀ ବୁଡେକ, ଲିଙ୍ଗରାଜ ସାହୁ, ଆର୍ତ୍ତତ୍ରାଣ ପାଣ୍ତେ, ପୀତାମ୍ବର ଭୋଇ, ପ୍ରହ୍ଲାଦ ରଣା, ଧୃବ ଦେହେରୀ, ସନୁ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.