ଜ୍ଞାନରଞ୍ଜନ ପଟ୍ଟନାୟକ ହେଲେ ଯାଜପୁର ଜିଲ୍ଲା ପ୍ରଭାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୪ ନିର୍ବାଚନକୁ ଲକ୍ଷ୍ୟ ରଖି କଂଗ୍ରେସ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜଭୂତ କରିବା ପାଇଁ ରାଜ୍ୟ ନେତୃବୃନ୍ଦ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତି କରିଛନ୍ତି । ଏହି ପରିପ୍ରେକ୍ଷୀରେ ପିସିସି ସାଧାରଣ ସମ୍ପାଦକ ତଥା ଡେଲାଙ୍ଗର ଯୁବ ନେତା ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ଯାଜପୁର ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେ ତୁରନ୍ତ ଯାଜପୁର ଜିଲ୍ଲା ଗ୍ରସ୍ତ କରି କଂଗ୍ରେସ ନେତୃବୃନ୍ଦ ସହିତ ଆଲୋଚନା କରି ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.