ପୋଲିଓ ଦିବସ ପାଳନ, ଦୁଇ ବୁନ୍ଦା ପ୍ରତ୍ୟକ ଥର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଆଜି ନବଜାତ ଶିଶୁ ଠାରୁ ଆରମ୍ଭ କରି ୫ ବର୍ଷ ପର୍ୟ୍ୟନ୍ତ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପଲସ୍ ପୋଲିଓ ଖୁଆଇବା କାର୍ୟ୍ୟକ୍ରମ ଚାଲିଛି । ଏ ଅବସରରେ ଆଜି ସମଗ୍ର ବରଗଡ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ସହରାଞ୍ଚଳ, ଗ୍ରାମାଞ୍ଚଳରେ ମାଁ ମାନେ ପୋଲିଓ କେନ୍ଦ୍ର ମାନଙ୍କରେ ନିଜନିଜ ଛୁଆମାନଙ୍କୁ ଧରି ଲାଇନ ହୋଇ ପୋଲିଓ ବୁନ୍ଦା ପାଇବାକୁ ଛିଡ଼ା ହୋଇଛନ୍ତି । ବିଶେଷ କରି ବିକଳାଙ୍କ ଶିଶୁ ଜନ୍ମ ନ ହେବା ଏହାର ଲକ୍ଷ୍ୟ ଅଟେ । ଏହାର ମୁଳୋତ୍ପାଟନ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମହତ ପ୍ରୟାସ ଅଟେ । ଏହି ପରିପ୍ରେକ୍ଷୀରେ ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଏକମାତ୍ର ପୁରାତନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସଭାଗୃହ ଠାରେ ଗତକାଲି ପୋଲସ ପୋଲିଓ କାର୍ୟ୍ୟକ୍ରମ ଉପରେ ସମସ୍ତ ମହିଳା, ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ଼ାକ୍ତର ସିଦ୍ଧାର୍ଥ ତ୍ରିପାଠୀ, ଡ଼ାକ୍ତର ସୁନୀତା ସ୍ୱାଇଁ, ଡାକ୍ତର ସେବାବ୍ରତ ମେହେର, ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର, ବି.ଡି.ଏମ ସଞ୍ଜିବ କୁମାର ମେହେର, ଗୋଷ୍ଠୀ କାର୍ୟ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା, ସ୍ୱାସ୍ଥ୍ୟପରିଦର୍ଶକ ରବିନ୍ଦ୍ର ମୋହନ ଦାଶ, ଚନ୍ଦ୍ରଭାନ ଚନ୍ଦ୍ରକାର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମେରିୟମ କୁଲୁ, ପାଞ୍ଚାଳୀ ସୁନା ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀଙ୍କୁ ପୋଲିଓ ଦିବସ ୩୧ ଜାନୁଆରୀ ଉପରେ ତଥା କିଭଳି ଭାବେ ସୁଚାରୁ ରୁପେ ସମ୍ପାଦିତ ସମ୍ପୂଣ୍ଣ ଭାବେ ସଫଳ ହୋଇ ପାରିବ ସେ ବିଷୟ ମତାମତ ପ୍ରଦାନ କରିଥିଲେ ଯେଉଁ ଶିଶୁମାନେ ପୋଲିଓ ଦୁଇବୁନ୍ଦା ପାଇ ସାରିଲା ପରେ ମାରକର ପେନରେ କାଣି ଆଙ୍ଗୁଠିରେ ଚିହ୍ନ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ । ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ପୋଲିଓ ଦୁଇବୁନ୍ଦା ଲେଖାଏଁ ଖୁଆଉଥିବାବେଳେ, ବାଦିକଟାରେ କୈାଶଲ୍ୟା ବାହୁକ ଆଶା, ବିନତା ରାଉତ ଅଙ୍ଗନୱାଡି କର୍ମୀ, ଘେ଼ଁସରାରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜେମାଦେଇ ବିଶ୍ୱାଳ, ଭେଙ୍ଗରାଜପୁରରେ ସରୋଜିନୀ ପଟେଲ, ଲଖମରାରେ ସସ୍ମିତାବେହେରା, ଚର୍ଦାପାଲିରେ କଲ୍ୟାଣୀ ଶବର ପୋଲିଓ ବୁନ୍ଦା ଦେଉଥିବାବେଳେ ପାଇମାକମାଲରେ ମ.ସ୍ୱା.କର୍ମୀ ପୂର୍ଣ୍ଣବତୀ ବେହେରା, ଲିଲି ଦୀପ, ମାଣ୍ଡୋସିଲିରେ ପଦ୍ମିନୀ ପଣ୍ଡା, ସୁମିତ୍ରା ଶବର ବରତୁଣ୍ଡା, ଛିନ୍ଧେକେଲାରେ ଆରତୀ ବାଗ ପୋଲିଓ କାର୍ୟ୍ୟକ୍ରମରେ ନିୟୋଜିତ ଥିବାବେଳେ ସମସ୍ତ କେନ୍ଦ୍ରରେ ଆଶାକର୍ମୀମାନେ ନିୟୋଜିତ ହୋଇ ସଫଳ ରୂପାୟନରେ ପହଞ୍ଚାଇବାକୁ ଉଦ୍ୟମ ଜାରୀ ରହିଛି ବୋଲି ବୁକୁରାମୁଣ୍ଡା ଡାକ୍ତରଖାନାରେ କାର୍ୟ୍ୟରତ ଭାରପ୍ରାପ୍ତ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଚନ୍ଦ୍ରକାର ଜଣାଇଛନ୍ତି ।

Leave A Reply

Your email address will not be published.