ପୋଲିସ-ମାଓବାଦୀ ମୁହାଁମୁହିିଁ : ୨ ମାଓବାଦୀ ମୃତ

ମାଲକାନଗିରି : ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିିଁ ହୋଇ ଗୁଳି ବିନିମୟ ହୋଇଥିଲା । ଫଳରେ ଦୁଇ ମାଓବାଦୀ‌ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀ ମାନେ ଏକ କ୍ୟାମ୍ପ କରି ଦାନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ଥାନା ଅନ୍ତର୍ଗତ ଗୁଡରା ଜଙ୍ଗଲରେ ରହିଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ବାହିନୀ‌ଙ୍କ ମିଳିତ ଭାବେ କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଦୁଇ ମାଓବାଦୀଙ୍କ ମୃତ ହୋଇଥିବା ସ୍ୱଷ୍ଟ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଚାଲୁ ରହିଥିବା ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.