oom

ମରଣଜନ୍ତା ସାଜିଛି ବାଦିପାଲିରୁ ଜୋଖିପାଲି ପ୍ରଧାନମନ୍ତ୍ରୀ ସଡ଼କ : ଜୋଖିପାଲିରୁ ସାତବନ୍ଧକୁ ପିଚୁ ରାସ୍ତା ନିର୍ମାଣ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଛି । ୨୦୦୫ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଅନ୍ୟାନ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେଉଥିବା ରାସ୍ତାରୁ କମ ଓସାରିଆ ହେଇଥିବାରୁ ଅନେକ ଦୁର୍ଘଟଣା ଘଟିଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଏହି ରାସ୍ତାରେ ଆସୁଥିବା ଏକ ଦମ୍ପତ୍ତି ଗାଡ଼ିରୁ ପଡ଼ିଯିବାରୁ ସ୍ତ୍ରୀ ଜଣକ ଅକାଳରେ ମୃତ୍ୟୁବରଣ କରିଥିଲେ । ଏହାଛଡା ଜୋଖିପାଲି ଗ୍ରାମରୁ ସାତବନ୍ଧ ଯିବାପାଇଁ ଏକ ମାଟି ରାସ୍ତା ପଡ଼ୁଛି ତାହା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଛି । ସରକାରୀ ନିୟମାନୁସାରେ ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପକ୍କା ସଡ଼କ ତିଆରି ହେବା କଥା କିନ୍ତୁ ଏଯାଏଁ ତାହାମଧ୍ୟ ହୋଇପାରି ନାହିଁ ଫଳରେ ବର୍ଷାଋତୁରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ଜୋଖିପାଲି ଗ୍ରାମର ଯୁବ ସଙ୍ଗଠନ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଏଯାଏଁ ଏହି କାମ ହୋଇନଥିବାରୁ ବର୍ଷାଋତୁରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ବାଦୀପାଲିରୁ ଜୋଖିପାଲି ପ୍ରଧାନମନ୍ତ୍ରୀ ସଡ଼କ ମରାମତି ଏବଂ ଜୋଖିପାଲିରୁ ସାତବନ୍ଧକୁ ପିଚୁରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀମାନେ ତଥା ସଚେତନ ନାଗରିକ ବୃନ୍ଦ ଦାବୀ କରିଛନ୍ତି ନଚେତ ପଞ୍ଚାୟତ ନିର୍ବାଚନରେ ଏହାର କୁପ୍ରଭାଵ ପଡ଼ିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.