ବଲାଙ୍ଗିର ଭିଜିଲାନ୍ସ ଏପିପି ଉମେଶ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭିଜିଲାନ୍ସ ଏପିପି ଉମେଶ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି । ଗତ ରାତିରେ ତାଙ୍କ ଦେହାନ୍ତ ହୋଇ ଯାଇଛି । କିଡନି ଜନିତ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିବାରୁ ତାଙ୍କୁ ବରଗଡ ବିକାଶ ହସ୍ପିଟାଲକୁ ଗତକାଲି ନିଆଯାଇ ଥିଲା । ତେବେ ଡାକ୍ତରଙ୍କୁ ଦେଖାଇବା ପରେ ସେ ବଲାଙ୍ଗିର ଫେରୁଥିବା ବେଳେ ପୁଣି ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପୁଣି ବୁର୍ଲା ହସପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ତାଙ୍କ ଧର୍ମପତ୍ନୀଙ୍କ ସହ ଦୁଇ ଝିଅଙ୍କୁ ସେ ଛାଡି ଯାଇଛନ୍ତି । ପରଲୋକରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.