centurian jitm

ଶ୍ରୀରାମ ଗାଁରେ ବସୁଧା ପ୍ରକଳ୍ପ ଥାଇ ମଧ୍ୟ ମିଳୁନି ପାଣି : ଚୁଆ ପାଣି ହିଁ ଭରସା

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶ୍ରୀରାମ ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ପ୍ରକଳ୍ପ ଥାଇ ମଧ୍ୟ ମିଳୁନି ପାଣି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି । ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି । ଏ ଚିତ୍ର ହେଉଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତ ଶ୍ରୀରାମ ଗାଁ । ଗାଁରେ ବିଶୁଦ୍ଧ ପାନୀୟ ଜଳର ଦେଖା ଦେଇଛି ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା । ପିଇବା ପାଣି କେଉଠିଁ ମିଲିବ ? ହାତରେ ଗରା, ବାଲଟି, ଡେକଚି ଧରି ମହିଳା ମାନେ ସକାଳୁ ଯାଇ ଘଣ୍ଟା ଘଣ୍ଟା ଧରି ଲାଇନ ଲଗାନ୍ତି । ଗାଁରେ ୩ ୱାର୍ଡ ବିଶିଷ୍ଟ ୨୫୦୦ ଜନସଂଖ୍ୟା ଥିବା ବେଳେ ଅନେକ ନଳକୂପ ଅଛି । ପାଣି ପିଇବା ପାଇଁ ଅନୁପଯୋଗୀ । ଗାଁ ଠାରୁ ୨ କିମି ଦୂରରେ ଥିବା କୂଅକୁ ଯାଇ ସେଠାରୁ ପାଣି ସଂଗ୍ରହ କରିଥାନ୍ତି । ମଇଳା ପାଣିକୁ ସଂଗ୍ରହ କରୁଥିବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ନିଜ ନିଜ ମଧ୍ୟରେ ଝଗଡା ଲାଗିଥାନ୍ତି । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗଣିତ ହୋଇପଡିଛି । ଖାଲି ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ଏହି ଗାଁକୁ ଗସ୍ତ କରି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି ଆଉ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଲେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗାଁ ଜିଲ୍ଲାର ଶେଷ ସୀମାରେ ଅଛି । ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହାରି ଆନ୍ତରିକତା ନାହିଁ । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନାହାଁନ୍ତି । ଗାଁରେ ବସୁଧା ଯୋଜନାରେ ଦିନଟିଏ ପାଣି ଦିଆଯାଇଥିଲା ହେଲେ ଆଜକୁ ମାସେ ହେବ ପାଣି ଆଉ ଚାଲୁନି । ସେପଟେ କଣ୍ଟାବାଞ୍ଜି ଏସଡିଓ ପ୍ରଶାନ୍ତ ବାଗେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଶ୍ରୀରାମ ଗାଁରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାର ସମାଧାନ କରୁଛି ।

Leave A Reply

Your email address will not be published.