ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଶାଖାର ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ପୌରପାଳିକା ନଗରପାଳ ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଠ କବି ତଥା ମହୁରୀ ସାହିତ୍ୟ ପତ୍ରିକାର ସମ୍ପାଦକ ଡ଼. ଭବାନୀ ଶଙ୍କର ନିଆଲ, ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରା ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଯୋଗଦାନ କରି ଜାତୀୟ ପ୍ରେସ୍‌ ଦିବସ ସମ୍ପର୍କରେ ଆଲୋକପାତ କରିବା ସହ ନୈତିକତା ଓ ସାମାଜିକ ଦାୟିତ୍ୱବୋଧତାର ସହ ସାମ୍ବାଦିକତାର କର୍ତ୍ତବ୍ୟ ନିର୍ବାହ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଜଣ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ତୁମେଶ୍ୱର ସାହୁ, ପ୍ରାଣ ରଞ୍ଜନ ବେହେରା, ନରୋତ୍ତମ ସେଲମା ଓ ପ୍ରଦୀପ କୁମାର ସାହୁଙ୍କୁ ଜାତୀୟ ପ୍ରେସ୍‌ ଦିବସ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଜିଲ୍ଲା କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

thirteen + 16 =