୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରୀ ରାଣୀସତୀ ମହିଳା ମଣ୍ଡଳ ଏବଂ ମା’ ଭଗବତୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବେଳେ ଆଜି ଅଷ୍ଟମୀ ତିଥିରେ ଚୁନରୀ ସହିତ ଶୋଭାଯାତ୍ରା କରାଯାଇଥିଲା । ଆସନ୍ତାକାଲି ନବମୀ ତିଥିରେ ୧୦୮ ମହଳାଙ୍କ ଦ୍ୱାରା ମଙ୍ଗଳ ପାଠ କରାଯିବ ଓ ଛପନ ଭୋଗର ବ୍ୟବସ୍ଥା ରହିଛି ବୋଲି ସୂଚନା ମିଳିଛି । ଏହା ସହ ସନ୍ଧ୍ୟା ୭ଟାରେ ପୁରୀର ଅଭଡା ଭୋଗ ବିତରଣ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ତା’ପରେ ଆସନ୍ତା ୧୮ ତାରିଖ ଜୱାର ଶୋଭାଯାତ୍ରା କରାଯିବା ନେଇ ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜନ ସାଧାରଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

three × 3 =