ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ସମ୍ପୂର୍ଣ୍ଣା ଅନୁଷ୍ଠାନରେ ମାତୃ ଦିବସ ପାଳନ କରାଯାଇଛି । ଏହାସହ ସମ୍ପୂର୍ଣ୍ଣା ଅନୁଷ୍ଠାନରେ ଥିବା ମହିଳା ମାନଙ୍କ ସହ ମାତୃ ଦିବସ ପାଳନ କରାଯିବା ସହ ସେଠାରେ ଖାଦ୍ୟ ପେୟର୍‌ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ । ଏଠାରେ ସମସ୍ତ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ବିଶ୍ୱଜିତ ରାଉତ, ଲଲିତା ସମାଦ ସୁନିଲ ରାଉତ, ବିଶ୍ୱନାଥ ରାଉତ, ବାସନ୍ତି ବିଶ୍ୱାଳ, ସବିତା ସତପଥି, ପିତାମ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.