ଅନଲାଇନ ଶିକ୍ଷା ବ୍ୟବସ୍ଥା ବାଟବଣା ?

ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ବାଟବଣା ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ନୂଆପଡ଼ା ଜିଲ୍ଲାର ଅନେକ ସ୍ଥାନରେ ନେଟୱାର୍କ ସମସ୍ୟା ଯୋଗୁଁ ଅନଲାଇନ ଶିକ୍ଷା ଗ୍ରହଣରୁ ବଂଚିତ ହେଉଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ପୁଣି ନୂଆପଡ଼ା ଏକ ଗରିବ ଜିଲ୍ଲା ଭାବରେ ପରିଗଣିତ । ଏହି ଜିଲ୍ଲାରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଖରେ ଏଣ୍ଡ୍ରଏଡ଼ ମୋବାଇଲ ଉପଲବ୍ଧ ନାହିଁ ମଧ୍ୟ । ଏଭଳି ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଜିଲ୍ଲାରେ ଭୁଷୁଡ଼ିବାର ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.