ନୂତନ ଥାନାଧିକାରୀ ଭାବରେ ଯୋଗ ଦେଲେ ସତ୍ୟ ନାରାୟଣ ପ୍ରଧାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନାରେ ନୂତନ ଥାନାଧିକାରୀ ଭାବରେ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଛନ୍ତି । ଏଠାରେ ଥିବା ଥାନାଧିକାରୀ ଜୟଦେବ ତାରିଣୀଙ୍କପାଖରୁ ସେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ତେବେ ଏଥି ପୂର୍ବରୁ ସେ କଳାହାଣ୍ଡି ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ କଳାହାଣ୍ଡି ଜିଲ୍ଲା ସଦର ପୋଲିସ ସବଡ଼ିଭିଜନ, ଧର୍ମଗଡ଼ ପୋଲିସ ସବଡ଼ିଭିଜନରେ ତାଙ୍କରି ତିନିବର୍ଷର ଅଭିଜ୍ଞତା ରହିଛି । ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ସମୟରେ ସେ ଅଂଚଳରେ ଶାନ୍ତି, ଶୃଙ୍ଖଳାକୁ ବିଶେଷ ଦୃଷ୍ଟି ଦେବି ଏବଂ ଏହି ସବୁ ଦିଗରେ ସମସ୍ତ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିବା ସହିତ ସଂପ୍ରତି ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହିତ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପରିଧାନର ମହତ୍ୱ ଉପରେ ଲୋକଙ୍କୁ ସଚେତନ କରିବାକୁ ଆହ୍ୱାନ ଦେଇଥିଲେ । କାରଣ ଏହି ଭଳି ଏକ ସଂକଟ ସମୟରେ ଆମେ ସମସ୍ତେ ସୁରକ୍ଷିତ ଭାବରେ ଲଢେଇ କରିବାର ବେଳ ଆସିଛି ଏବଂ ମ.ରାମପୁର ଥାନା ଏକ ବ୍ୟାପକ ଅଂଚଳର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରହିଛି, ତେଣୁ ସମସ୍ତଙ୍କୁ ନେଇ କାର୍ୟ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ତେବେ ଜଣେ ଅଭିଜ୍ଞ ପୋଲିସ ଅଧିକାରୀ ହୋଇଥିବାରୁ ସେ ଥାନା ଅଂଚଳରେ ସଫଳତାର ସହିତ ନିଜର କାର୍ୟ୍ୟଦକ୍ଷତା ପ୍ରତିପାଦନ କରିବେ ବୋଲି ବିଭିନ୍ନ ମହଲରେ ଆଶା ପ୍ରକଟ ହେଉଛି ।

Leave A Reply

Your email address will not be published.