oom

ଗୋଁଣ୍ଡ ସମାଜର ନୂଆଁଖାଇ ଭେଟଘାଟ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ୍‌ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବ ବଡଦେଓଙ୍କ ପୂଜା ପରେ ମହିଳା ମାନଙ୍କ ଦ୍ୱାରା ନୂଆ ଧାନର ଚୁଡା ଓ ପିଠା କୁରେ ପତ୍ରରେ ପରିବେଷଣ ପରେ ଏକା ସଙ୍ଗେ ଖାଇ ଜୁହାର ଭେଟ୍‌ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ରମାକାନ୍ତ ଭୋଇ ସଭାପତିତ୍ୱ କରିଥିବା ବେଳେ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ମୁଖ୍ୟ ଅତିଥି ଭାବେ, ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟବକ୍ତା ଭାବେ, ବ୍ଲକ ସଭାପତି ହାଡୁ ଭୋଇ, ପ୍ରଦେଶ ମହିଳା ଉପସଭାପତି ପଙ୍କଜିନୀ ଭୋଇ, ଜିଲ୍ଲା ଉପସଭାପତି ଆଦିକନ୍ଦ ଭୋଇ, ପ୍ରଦେଶ ସଭ୍ୟ ହେମସାଗର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ନିମନ୍ତ୍ରୀତ ଅତିଥି ଭାବରେ ଦେଓଗାଁ ବ୍ଲକ ସଭାପତି ସୁଦାମ ଚରଣ ଭୋଇ, ସଇଁନ୍ତଲା ସଭାପତି ସନ୍ତୋଷ ପୁଟା, ଟଙ୍କଧର ଭୋଇ, ସୁବାଷ ଧରୁଆଙ୍କ ଉପସ୍ଥିତିରେ ସଂପାଦକ ଶୁକୃ ଧରୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରାମର ଗଉଁନ୍ତିଆ ତଥା ଝାଙ୍କର ତେଜରାଜ ମାଝୀ ଓ ସମାଜସେବୀ ସମ୍ପତି ମାଝୀ ଜମି ଦାନ କରି ଭୂମି ପୁଜନ କରିଥିଲେ । ଯୁବ ଗୋଷ୍ଠୀ ତଥା ଛାତ୍ରଛତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ରୀତିନୀତି ଉପରେ କୁଇଜ୍‌ ଏବଂ ରାଣୀ ଦୁର୍ଗାବତୀଙ୍କ ବିଷୟରେ ରଚନା ଲିଖନ ପ୍ରତିଯୋଗିତା ହୋଇ ବିଜେତା ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଚଳିତ ବର୍ଷ ନବୋଦୟ, ଏକଲବ୍ୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛତ୍ରୀ ମାନଙ୍କୁ ଉପଢୌକନ ଓ ପ୍ରମାଣ ପତ୍ର ସହିତ ଅଞ୍ଚଳର ବୟୋଜ୍ୟେଷ୍ଠ ସମାଜସେବୀ ସୁନାଶିର ମାଝୀ, ବିଶେଶ୍ୱର ମାଝୀ, ହେମନ୍ତ ଭୋଇ ଅର୍ଜୁନ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ମନୋରଞ୍ଜନ କରିଥିଲେ । ଉନ୍ନତମାନର ଶିକ୍ଷା ପାଇଁ ଏକ କୋଚିଙ୍ଗ କେନ୍ଦ୍ର ଉଦ୍‌ଘାଟନ କରାଯାଇଥିଲା । ଏହି ଭେଟ୍‌ଘାଟରେ ରୁଷୁଡା ସମେତ ଲିଖିରିଆ, ବର୍ଲା, କନକପଦର, ଟିକ୍ରିପଡା ଓ ଆଖପାଖ ଗ୍ରାମର ଶତାଧିକ ଲୋକ କୋଭିଡ-୧୯ର ନିୟମ ମାନି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶ୍ୱଲାଲ ମାଝୀ, ନରେନ୍ଦ୍ର ମାଝୀ, ଟୁକୁ ମାଝୀ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.