ଉଦ୍‌ଯାପିତ ହେଲା ସମନ୍ୱିତ ଯୁବ ବିକାଶ ନୂଆ-ଓ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (କେପିଏନ୍‌ଏସ୍‌) : ଯୁକ୍ତଦୁଇ ମହାବିଦ୍ୟାଳୟ ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ନୂଆ ଓଡ଼ିଶା, ନବୀନ ଓଡ଼ିଶା କାଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଯାଇଛି । “କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପାର୍ବଣ-୨୦୨୩ ” ନାମରେ ନାମିତ କରାଯାଇଥିବା ଏହି ଉତ୍ସବରେ ଗତ ତା.୧୯ ଓ ୨୦ରିଖ ଦୁଇଦିନ ଧରି କ୍ରୀଡ଼ା ଓ ଖେଳକୁଦ କ୍ରମରେ କ୍ରିକେଟ୍ ଓ କବାଡ଼ି ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ତା.୨୧.୧୨.୨୩ରିଖ ସକାଳ ୧୧.୩୦ରୁ ଆରମ୍ଭ ହୋଇ ସଂଧ୍ୟା ୫.୦୦ ଘଟିକାରେ ସମାପନ ହୋଇଥିଲା । ଉଦ୍‌ଯାପନୀ ଉତ୍ସବର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଶାନ୍ତିଲତା ମିଶ୍ର ଅଧ୍ୟକ୍ଷା ପଂଚାୟତ ସମିତି, ଉଲୁଣ୍ଡା କେଶନ୍ ଜଗଦଲା ସରପଂଚ, ମୁଣ୍ଡୋଘାଟ ରବୀନ୍ଦ୍ର ହୋତା ବରିଷ୍ଠ ସାମ୍ବାଦିକ ଓ’ଟିଭି ଏବଂ ସନ୍ତୋଷ କୁମାର ମିଶ୍ର, ନିର୍ଦେଶକ ବିଗୁଲ୍ ଟିଭି ଯୋଗଦାନ କରି ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖାଦ୍ୟ ଉତ୍ସବ ପ୍ରତିଯୋଗିତାରେ ବିଚାରକ ଭାବରେ କାଶିନାଥ ମିଶ୍ର, ଗୋବିନ୍ଦ ପଧାନ ଓ ସୁଶ୍ରୀ ରୁବି ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉମେଶ କୁମ୍ଭାରଙ୍କ ନିର୍ଦେଶନାରେ ଛାତ୍ରୀମାନଂକ ଦ୍ୱାରା ଆବାହନୀ ସଂଗୀତ ପରିବେଷଣ ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ଦଣ୍ଡନୃତ୍ୟ “ଆମ ଓଡ଼ିଶା” ଏବଂ ମାଷ୍ଟର ବୀରଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ଗୋଷ୍ଠୀନୃତ୍ୟ ପରିବେଷିତ ହୋଉଥିଲା । ପ୍ରମୁଖ ସଂଯୋଜକ ଡଃ ପୁରୁଷୋତ୍ତମ ମିଶ୍ରଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ସଂଯୋଜନା କରିଥିଲେ । ପ୍ରାଧ୍ୟାପିକା ନମିତା ରଥ, ପ୍ରାଧ୍ୟାପକ ସୌମିତ୍ରି ପଧାନ, ପ୍ରାଧ୍ୟାପକ ପ୍ରତୁଳ ତ୍ରିପାଠୀ, ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର, ଅଧ୍ୟାପକ ସତ୍ୟ ମହାକୁଡ଼, କ୍ରୀଡ଼ା ବିଭାଗ ଶିକ୍ଷକ ଗୋବିନ୍ଦ ପଧାନଙ୍କ ସମେତ କାଶିନାଥ ମିଶ୍ର, ଗଦାଧର ପଧାନ, ବିଭୀଷଣ ପଧାନ ଓ ନୀଳାମ୍ବର ପଧାନ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.