ppurohit

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିନ୍ଧେକେଲା ଓଆଇସି ଅନନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ଆଲାନ୍‌ ବେହେରା, ଚ୍ୟାନମ୍ୟାନ୍‌ ହେମନ୍ତ ଭୋଇ, ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଅନୀଲ ନାଏକ, ସିନ୍ଧେକେଲା ସରପଂଚ ରାଜା ଥନାପତି ପ୍ରମୁଖ ଉପସ୍ଥିତ ଥିଲେ । ୪୨ ନଂମ୍ବର ରାଜ୍ୟ ରାଜପଥରେ ଥିବା ସିନ୍ଧେକେଲା ମୁଖ୍ୟରାସ୍ତାର ହାଟପଦାଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧୦ ଜଣଙ୍କୁ ନୋଟିସ ହୋଇଥିବା ଜଣାପଡିଛି । ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ଦିଆଯିବ ଓ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରାଯିବ । ସିନ୍ଧେକେଲା ମୁଖ୍ୟ ରାସ୍ତାରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର ଶ୍ରୀ ସୁନାନୀ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.