ସମୁଦ୍ର କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ପୁରୀ : ସମୁଦ୍ର କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ମୃତକ ଜଣକ ପଶ୍ଚିମବଙ୍ଗର ସୁମନ୍ତ ସାଧୁକାର ବୋଲି ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ । ସୂଚନା କ୍ରମେ, ସୁମନ୍ତ ସାଧୁକାର ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିଲେ । ଗତ ଶନିବାର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ । ପରେ ଆଜି ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ସୁମନ୍ତଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥି ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.