୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର : ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ :

ଅନୁଗୁଳ ଜିଲ୍ଲା – ସଦାଶିବ ନାୟକ
ବାଲେଶ୍ୱର – ମଦନ ମୋହନ ମାଝୀ
ବଲାଙ୍ଗିର – ବ୍ରଜମୋହନ ବିଶୋଇ
ବୌଦ୍ଦ – ଭଗବାନ କହଁର
ଢେଙ୍କାନାଳ – ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର – ଲମ୍ବୋଦର ମୁଣ୍ଡା
କଳାହାଣ୍ଡି – ଶିବାଜୀ ମାଝୀ
ନୂଆପଡା – ଭଗତରାମ ମାଝୀ
ସମ୍ବଲପୁର – ଶୋଭାରାମ ପ୍ରଧାନ
ଦେବଗଡ – ପାଞ୍ଜିଆ ଭୋଇ
ବରଗଡ – ସୁଶୀଳା ଭୋଇ
ଝାରସୁଗୁଡା – ମୋହନ କିଶାନ
ନୟାଗଡ – ଜାନକୀ ଦେହୁରୀ
ଗଞ୍ଜାମ – ବିଦ୍ୟାଧର ଜାନୀ

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦଗୁଡିକ ଜରିଆରେ ରାଜ୍ୟର ଜନଜାତିମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.