om academy

ଖଡ଼ିବାଡ଼ିରେ ନିଆଁ ଲାଗି ଜଳିଗଲା ଶହେ ଏକରରୁ ଅଧିକ ଫସଲ : ଲକ୍ଷାଧିକ ଟଙ୍କାର କ୍ଷତି

jsm

ଭୋଗରାଇ : ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ନିଆଁ ଲାଗି ଶହେ ଏକରରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅଦୁସାରେ ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ନିଆଁକୁ ଆୟତ୍ତ କରିବାକୁ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇର ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଶହେ ଏକରରୁ ଅଧିକ ଫସଲ ନଷ୍ଟ ହୋଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ନିଆଁ କିଭଳି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.