ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ୨୮ ତାରିଖ ପୂର୍ବାହ୍ନରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ପକ୍ଷରୁ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍‌ସିସିର ବାର୍ଷିକ ମ୍ୟାଗାଜିନ ‘ଥିଙ୍କ୍ ଇଙ୍କ’ର ମଲାଟ-ପୃଷ୍ଠା ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ. ସୁଜାତା ମିଶ୍ର ଆନୁଷ୍ଠାନିକ ଭାବେ ଏନ୍‌ସିସି ପତାକାକୁ ଉତ୍ତୋଳନ କରି ସମ୍ମିଳିତ କ୍ୟାଡ଼େଟ୍ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ବିଗତ ଦିନମାନଙ୍କରେ ଏନ୍‌ସିସି କ୍ୟାଡ଼େଟ୍‌ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜସେବା ତଥା ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟକ୍ରମ ସହିତ ଭାରତ ସରକାରଙ୍କର ନିର୍ଦ୍ଦେଶରେ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ‘ଏନ୍‌ସିସିରେ ଯୋଗଦାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଭିଡ଼ ସମୟରେ ଏନ୍‌ସିସି କ୍ୟାଡ଼େଟ୍‌ମାନଙ୍କ ଦ୍ଵାରା କୋଭିଡ ସହାୟତା କେନ୍ଦ୍ର କରାଯାଇଥିଲା । ବିଭିନ୍ନ କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ କରାଯାଇଥିବା ବିଷୟରେ ସମ୍ପର୍କରେ ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡ.ସଞ୍ଜୟ କୁମାର ସୁନ୍ଦରାୟ ଆଲୋକପାତ କରିଥିଲେ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସଡକ ସୁରକ୍ଷା ସପ୍ତାହ, ପୁରୀ ବଡଦାଣ୍ଡ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏନ୍‌ସିସି କ୍ୟାଡ଼େଟ୍ ଭାଗନେଇ ପ୍ରଶାସନ ଠାରୁ ସମ୍ବର୍ଦ୍ଧନା ମଧ୍ୟ ପାଇଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଏହି ମହାବିଦ୍ୟାଳୟର କ୍ୟାଡ଼େଟ୍ ମାନେ ଭାଗନେଇ ସଫଳତାର ସହ ଆଗେଇ ନେଇଥିଲେ । କୋଭିଡ ସମୟରେ କରାଯାଇଥିବା କୋଭିଡ ସେବା ପାଇଁ ଏନ୍‌ସିସି ମହାନିର୍ଦେଶାଳୟ ନୂଆଦିଲ୍ଲୀଙ୍କ ଦ୍ୱାରା ଏହି ମହାବିଦ୍ୟାଳୟର କ୍ୟାଡେଟ କର୍ମଦା ପତିଙ୍କୁ ଦିଆଯାଇଥିବା ଡ଼ି.ଜି. ଟ୍ରଫି ପାଇଁ ମହାବିଦ୍ୟାଳୟ ତରଫରୁ ଅଧକ୍ଷ ଡ଼ଃ. ମିଶ୍ର ସମ୍ବର୍ଦ୍ଧନା କରିଥିଲେ । ସେହିପରି ଓଡିଶାର ଏକ ମାତ୍ର କ୍ୟାଡେଟ ଭାବେ କ୍ୟାଡେଟ ଆଶିଷ ଜେନା ହିମାଳୟ ପର୍ବତ ଆରୋହଣ ଟ୍ରେନିଂ ନେଇ ୧୬ ହଜାର ୫୦୦ ଫୁଟ ପର୍ବତ-ଆରୋହଣ କରି ସଫଳତାର ସହ ଫେରି ଥିବାରୁ ତାଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ କ୍ୟାଡେଟମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅଧ୍ୟକ୍ଷା ଡାଃ ମିଶ୍ର କ୍ୟାଡେଟ ମାନଙ୍କର ଏହିପରି ସଫଳତା ପାଇଁ ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡ. ସୁନ୍ଦରାୟଙ୍କ ନେତୃତ୍ୱକୁ ଧନ୍ୟବାଦ ଦେବା ସହ ଏଥିପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ଉପସ୍ଥିତ ଅନ୍ୟ କ୍ୟାଡ଼େଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଏନ୍‌ସିସି କ୍ୟାଡେଟ ସମେତ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ଅନେକ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ ।

Leave A Reply

Your email address will not be published.