pr

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶୈକ୍ଷିକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

dr. purohit

ନୟାଗଡ଼ : ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶୈକ୍ଷିକ ଭବନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କର କମଳରେ ସମାପନ ହୋଇଛି । କଲେଜର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ ଅତିଥିଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲାପାଳ ଡ.ପୋମା ଟୁଡୁ ପ୍ରମୁଖ ଯୋଗଦେଇଥିବା ବେଳେ ପିଡବ୍ଲୁଡିର ନିର୍ବାହୀ ଯନ୍ତ୍ରୀ‌ ପ୍ରମୋଦ କୁମାର ଧର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭବନ ନିର୍ମାଣ ପାଇଁ ୫କୋଟି ୪୪ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୩୨ ହଜାର ସ୍କୋୟାର ଫୁଟ୍‌ରେ ଏକ ବିରାଟ କୋଠରୀ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ମନ୍ତ୍ରୀ ଡ.ସାହୁ କଲେଜର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିବାବେଳେ କଲେଜରେ ସ୍ମାର୍ଟ କ୍ଲାସ ରୁମ୍ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହି କାର୍ୟ୍ୟକ୍ରମକୁ ଅଧ୍ୟାପକ ଗଣେଶ୍ୱର ମିଶ୍ର ସଂଯୋଜନା କରିଥିବାବେଳେ ଅଧ୍ୟାପକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.