ls

ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଅଭିଯୋଗରେ ଜଣେ ଗିରଫ

sb

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପସ୍ଥିତ ପାରଦୀପ ରିଫାଇନାରୀର ଶ୍ରମିକ ମାନଙ୍କୁ ନକଲି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିକ୍ରି ଘଟଣାର ପର୍ଦାଫାଶ କରିଛି ଅଭୟଚାନ୍ଦପୁର ପୋଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଲ୍ୟପପ୍ଟପ୍‌, ପ୍ରିଣ୍ଟର ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପ ରିଫାଇନାରୀରେ କାମ କରିବାକୁ ହେଲେ ପ୍ରଥମେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ପାଇଁ ନିୟମ ରହିଛି । ଅଭୟଚାନ୍ଦପୁର ଥାନା ପଛ ପଟରେ ନିକଟସ୍ଥ ଡାଲିମପୁରର କାଳନ୍ଦି ତରାଇ ଦୀର୍ଘ ଦିନ ହେବ ଜେରକ୍ସ ଦୋକାନ କରିଥିଲେ । ଏହି ଜେରକ୍ସ ଦୋକାନରେ ମିଳୁଥିଲା ପାରଦୀପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନୈ÷କ ଡାକ୍ତରଙ୍କ ସମେତ ଅନ୍ୟ ଡାକ୍ତରଙ୍କର ଦସ୍ତଖତ ଥିବା କେରୋନା ନେଗେଟିଭ୍‌ ପ୍ରମାଣ ପତ୍ର । ଏଣୁ ପାରାଦୀପ ରିଫାଇନାରୀକୁ ଆସୁଥିବା ଶ୍ରମିକମାନେ ନେଇ ଦାଖଲ କରୁଥିବା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନକଲି ବୋଲି ସୂଚନା ମିଳିବା ପରେ ଏହି ଘଟଣାରେ ପୋଲିସ୍‌ କାଳନ୍ଦିଙ୍କୁ ଗିରଫ କରିଛି । ପୋଲିସ୍‌ କାଳନ୍ଦିଙ୍କ ଜେରେକ୍ସ ଦୋକାନରେ ପହଂଚି କାଗଜପତ୍ର ଯାଂଚ କରିବା ସହ ଏହି କାମରେ ବ୍ୟବହାର ହେଉଥିବା ଲ୍ୟପପ୍ଟପ୍‌, ପ୍ରିଣ୍ଟର ଓ ଅନ୍ୟାନ ସାମଗ୍ରୀ ଜବତ କରିଛି ପୋଲିସ୍‌ । ଦୀର୍ଘ ଦିନ ହେବ ଡାକ୍ତରଙ୍କ ଦସ୍ତଖତକୁ ଜାଲ କରି କାଳନ୍ଦି ଏହି ବେପାର ଚଲାଇଥିବା କାଳନ୍ଦି ରିପୋର୍ଟ ପାଇବା ପାଇଁ ଶ୍ରମିକ ମାନଙ୍କ ଠାରୁ ୨୦୦ ରୁ ୩୦୦ ଟଙ୍କା ନେଉଥିଲା । କରୋନା କଟକଣା ସମୟରେ ରିଫାଇନାରୀରେ କାମ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରମିକ ପାରାଦୀପ ରିଫାଇନାରୀକୁ ଆସିଥିଲେ । ଥାନାର ପଛପଟେ ଏହି ନକଲି କରୋନା ନେଗେଟିଭ୍‌ ରିପୋର୍ଟ କାରବାର ଦୀର୍ଘ ଦିନ ଧରି କିଭଳି ଚାଲିଥିଲା ଓ ପୋଲିସ୍‌କୁ କିଭଳି ଜଣାପଡିନଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

pc pk
Leave A Reply

Your email address will not be published.