oum

ସିନ୍ଦୁରବାହାଲ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହନୁମାଙ୍କଡର ମୃତ୍ୟୁ

jsm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ସିନ୍ଦୁର ବାହାଲ ଗ୍ରାମରେ ଗୋଟିଏ ହନୁମାଙ୍କଡ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପାଖ ଜଙ୍ଗଲରୁ ଗୋଟଏ ହନୁମାଙ୍କଡ କିଛି ଖାଇବା ଆଶାରେ ଗ୍ରାମ ମଧ୍ୟକୁ ଚାଲି ଆସିଥିଲା । ତେବେ ବିଦ୍ୟୁତ ବୋର୍ଡରୁ ଡିଆଁ ମାରିବା ବେଳେ ଦୁର୍ଭାଗ୍ୟ ବଶତଃ ବିଦ୍ୟୁତ ତାରରେ ଲାଗି ଯାଇ ମାଙ୍କଡଟିର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଏହି ଘଟଣା ଯୋଗୁଁ ବିଦ୍ୟୁତ ସରୋବରାହ ବନ୍ଦ ରହିଥିଲା । ତେବେ ବନ ବିଭାଗର ଅବହେଳା ଯୋଗୁଁ ଏହିପରି ଅଘଟଣ ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.