ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ମଦ ମୃତ୍ୟୁ ଆଶଙ୍କା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ସୁମିତ ପ୍ରତିଦିନ ମଦ ପିଉଥିଲେ । ଏହାକୁ ନେଇ ଗ୍ରାମବାସୀ ମଦ ମୃତ୍ୟୁ ଆଶଙ୍କା କରୁଛନ୍ତି । ମୃତ ଶବକୁ ବ୍ୟବଛେଦ କରିବାକୁ ପଠାଇ ଦିଆଯାଇଛି ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାଯିବ, ମଦ ମୃତ୍ୟୁ ନା ଅନ୍ୟ କାରଣ ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.