jayashree

ଟିଟିଲାଗଡ଼ର ସାନ୍ୟା ପିନ୍ଧିଲେ ମିସ୍‌ ଓଡ଼ିଶା ବିୟୁଟି ୨୦୨୧ ମୁକୁଟ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ହାଇସ୍କୁଲପଡ଼ାର ଜନ୍ମିତ ସାନ୍ୟା ଗହୀର (୧୯)ଶ୍ରୀ ମେଟାଲିକ ଲିଃର ମାନବ ସମ୍ବଳ ବିଭାଗ ମୁଖ୍ୟ ବାଳକୃଷ୍ଣ ଗହୀର ଓ ରଞ୍ଜିତା ଗହୀରଙ୍କ ଝିଅ ତଥା ଶିକ୍ଷାବିତ ସ୍ୱର୍ଗତ ଗଙ୍ଗାଧର ଗହୀରଙ୍କ ନାତୁଣୀ ସାନ୍ୟା ଗୋପାଳପୁରରେ ଅନୁଷ୍ଠିତ ମିସ୍‌ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ମିସ୍‌ ଓଡ଼ିଶା ମୁକୁଟ ପିନ୍ଧିଛନ୍ତି । ସାନ୍ୟାଙ୍କ ପରିବାର ଲୋକେ ଝାରସୁଗୁଡା ଜିଲ୍ଲାରେ ରହନ୍ତି । ତେବେ ସେ ମାଟ୍ରିକ ପଢି ସାରିବା ପରେ ଭୁବନେଶ୍ୱର କିଟ୍‌ରେ +୨ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେ ଏମ୍‌ଆଇଟିଏସ୍‌ରେ +୩ ଅଧ୍ୟୟନରତ । ଛୋଟ ଦିନରୁ ଓଡିଶୀ ଓ ଭାରତନାଟ୍ୟମରେ ବେଶ ନିପୁଣ । ମିସ୍‌ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ମିସ୍‌ ଓଡ଼ିଶା ମୁକୁଟ ପିନ୍ଧିବା ପରେ ଅଞ୍ଚଳବାସୀଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.