p purohi

କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ବିଧବା ଓ ବିକଳାଙ୍ଗମାନଙ୍କୁ ମିଳୁନି ରାସନ ଚାଉଳ

dr. purohit

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ୟ୍ୟକାରୀ ହେଉଛି ଓ ଉପଯୁକ୍ତ ଲୋକଙ୍କ ପାଖକୁ ପହଞ୍ଚି ପାରୁଛି କି ନାହିଁ ତାହା ତଦାରଖ କରିବ କିଏ ? ସରକାରଙ୍‌ଙ୍କ ପକ୍ଷରୁ ସମସ୍ତ ଗରିବ ଓ ନିଃସହାୟ, ବିଧବା ଏବଂ ବିକଳାଙ୍ଗ ପରିବାର ପାଇଁ ମଧ୍ୟ ରାସନ କାର୍ଡ ମାଧ୍ୟମରେ ସମସ୍ତ ଗ୍ରାମ ପଞ୍ଚାୟତଗୁଡିକରେ ଚାଉଳ ବଣ୍ଟନ କରାଯିବା ପାଇଁ ଯୋଜନା ରହିଛି । କିନ୍ତୁ ତାହା ଫେଲ ମାରିଛି ସଇଁନ୍ତଲା ବ୍ଳକରେ । ସୂଚନା ଏହି କି ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ବିକଳାଙ୍ଗମାନଙ୍କୁ ଉଚିତ ପରିମାଣରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । କିନ୍ତୁ ହଠାତ୍ ସେମାନଙ୍କ ରାସନ ସାମଗ୍ରୀ ବନ୍ଦ କରି ଦିଆଯାଇଥିବାରୁ ନିରାଶ୍ରୟ ହୋଇ ଯୋଗାଣ ସହାୟକଙ୍କୁ ଗୁହାରୀ କରୁଛନ୍ତି । ତେବେ ଯୋଗାଣ ସହାୟକ କହିବା ମୁତାବକ ସେମାନଙ୍କ ନାମରେ ରାସନ ସାମଗ୍ରୀ ଆସୁଥିବା ବେଳେ ହଠାତ କଟିଯାଇଛି, ତେଣୁ ପୁଣିଥରେ ସେମାନଙ୍କ କାଗଜ ପତ୍ର ଦେବାକୁ କହିଛନ୍ତି ବୋଲି ପ୍ରକାଶ କରିଥିଲେ ଓ ଖୁବ୍ ଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ମୋଦ୍ଵାରା ଯାହା ସମ୍ଭବ ସାହାଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି । ତେବେ କିଏ ଏବଂ କିପରି ଏମାନଙ୍କ ନାମକୁ ବାଦ୍ କରୁଛନ୍ତି ତାହା ଏଠି ପ୍ରଶ୍ନ ଉଠୁଛି । ତେବେ ହିତାଧିକାରୀଙ୍କ ମଧ୍ୟରେ ରମାକାନ୍ତୀ ମେହେର କାର୍ଡ ନମ୍ବର ୨୧୯, ଛାୟା ପଧାନ, କାର୍ଡ ନମ୍ବର ୨୮୦, ଗୁରୁବାରୁ ସାହୁ ୫୩୦, ବୁଇ ଦାସ ଏହିପରି ଆହୁରି ମଧ୍ୟ ରାସନ୍ କାର୍ଡ ବାଦ୍ ପଡ଼ିଥିବା ଜଣାପଡ଼ୁଛି ତେବେ ବହୁ ଶୀଘ୍ର ଏମାନଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.