om academy

ଭିନ୍ନକ୍ଷମଙ୍କୁ ମିଳୁନାହିଁ ଘର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଞ୍ଜେନମୁଣ୍ତା ଗ୍ରାମର କିଶୋର ସୁନା( ୪୬) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେ ୬୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସେ ଅତି କଷ୍ଟରେ ଜୀବନ ଯାପନ କରୁଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ତାଙ୍କର ରହିବା ପାଇଁ ଘର ଖଣ୍ତିଏ ଦରକାର, ହେଲେ ଅନେକ ଥର ଆବେଦନ ନିବେଦନ କରି ମଧ୍ୟ ଘର ଖଣ୍ତିଏ ମିଳି ପାରୁନାହିଁ । ଅନ୍ତୋଦୟ ଯୋଜନାରେ ଚାଉଳ, ବାସଗୃହ ଓ ହୁଇଲ ଚେୟାର ଯୋଗାଇ ଦେଲେ ସେ ଉପକୃତ ହୁଅନ୍ତେ । ତେଣୁ ପ୍ରଶାସନ ତାଙ୍କ ପ୍ରତି ଦୃଷ୍ଟି ଦେଇ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ପଦ୍ମପୁର ବିଡିଓ ଦୃଷ୍ଟି ଦିଅନ୍ତୁ ।

Leave A Reply

Your email address will not be published.