pr

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ କୋଶଲ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ପୌରାଧ୍ୟକ୍ଷା ଲିକା ସାହୁ, ଏଡିଏମ୍ ଲମ୍ବୋଦର ଧରୁଆ ଏବଂ ଜିଲ୍ଲା କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଡ଼ିସେମ୍ବର ୧୪ରୁ ୧୮ ତାରିଖ ପର୍ଯନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସମସ୍ତ ଚାଷୀଙ୍କୁ ଏଥିରେ ରିହାତି ଦରରେ କୃଷି ଯନ୍ତ୍ରପାତି ମିଳିବ । ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦରରେ କୃଷି ଯନ୍ତ୍ରପାତି ମିଳିବ ବୋଲି କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଥିଲେ ।

nrusinghnath
Leave A Reply

Your email address will not be published.