oom

ଏମ୍‌ସିଏଲ୍‌କୁ ମିଳିଲା ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : ମହାନଦୀ କୋଲ୍‌ଫିଲ୍‌ଡ଼ ଲିମିଟେଡ଼୍‌କୁ ମିଳିଛି ସମ୍ମାନଜନକ ପୁରସ୍କାର । ୨ ସିଏସ୍‌ଆର୍‌ ପୁରସ୍କାର ସହ ୫ଟି କୋଲ୍‌ ଇଣ୍ଡିଆ ପୁରସ୍କାର ପ୍ରାପ୍ତ ହୋଇଛି ଏମ୍‌ସିଏଲ୍‌ । ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ୪୬ତମ କୋଲ୍‌ ଇଣ୍ଡିଆ ସ୍ଥାପନ ଦିବସ ଅବସରରେ ଏମ୍‌ସିଏଲ୍‌ ଅଧ୍ୟକ୍ଷ ବିଏନ୍‌ ଶୁକ୍ଲା ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ସହ ଓପି ସିଂହ, କେଆର୍‌ ବାସୁଦେବନ୍‌, କେଶବ ରାଓ, ବଚନ ସିଂହ ପ୍ରମୁଖ ଏମ୍‌ସିଏଲ୍‌ର ନିର୍ଦ୍ଦେଶକମାନେ ଉପସ୍ଥିତ ରହିଥିଲେ । ଏମ୍‌ସିଏଲ୍‌ର ସମଲେଶ୍ୱରୀ ମାଇନ୍‌ସକୁ ଶ୍ରେଷ୍ଠ ଓପନ୍‌କାଷ୍ଟ ମାଇନ୍‌ସ ପୁରସ୍କାର ମିଳିଥିଲା । ସିଏସ୍‌ଆର୍‌ କାର୍ଯ୍ୟକାରୀ କରିବା ଦିଗରେ ଏମ୍‌ସିଏଲ୍‌କୁ କୋଲ୍‌ ଇଣ୍ଡିଆର ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଥିଲା । ମହାପ୍ରବନ୍ଧକ ବି ସାଇରାମ ଶ୍ରେଷ୍ଠ ବିଭାଗୀୟ ମୁଖ୍ୟ, ବସୁନ୍ଧରା ଖଣିର ମହା ପ୍ରବନ୍ଧକ ସଂଜୟ ଝା ଶ୍ରେଷ୍ଠ ମହାପ୍ରବନ୍ଧକ, ଜାଭେଦ୍‌ ମହମ୍ମଦ ଆଖୁନ୍‌ ଭିଜିଲାନ୍ସ ଏକ୍ସିଲେନ୍‌ସ୍‌ ପୁରସ୍କାର ବ୍ୟକ୍ତିଗତ ବର୍ଗରେ ପାଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.