pr

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ବଣ୍ଟନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ପଂଚାୟତ କଂଗ୍ରେସ କମିଟି ସଭାପତି ଗୋପଗୋବିନ୍ଦ ଡାଙ୍ଗଙ୍କ ସଭାପତିତ୍ୱରେ ଓ ବ୍ଲକ ସଂଯୋଜକ ଯୁବ ଦଳିତ ନେତା ହରି ନନ୍ଦଙ୍କ ସଂଯୋଜନାରେ କରୋନା ସଚେତନତା ସହ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ସାନନ୍ଦ ମିଶ୍ର ଯୋଗଦାନ କରି ରୋଗୀକୁ ନୁହେଁ ରୋଗ ସହ ଲଢେଇ କରିବା ପାଇଁ ଏବଂ ହାତଧୁଆ ଏବଂ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ଦେଇ ସମାଜିକ ଦୂରତା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ପୂର୍ବତନ ସମିତି ସଭ୍ୟ ପ୍ରେମ ମହାକୁର, ରାଜୁ ଛନ୍ଦ, ନଟବର ଡାଙ୍ଗ, ଅଚ୍ୟୁତ କଲତା, ରମେଶ ନନ୍ଦ, ଯୁଗେଶ୍ୱର ପାଣ୍ଡେ, କଷ୍ଟ ନନ୍ଦଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.