pr

ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା ଭାଗୀରଥି ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ଗୋଁଣ୍ତୱାନା ସମାଜର ସଭାପତି ଶ୍ୟାମ ସୁନ୍ଦର ଭୋଇ, ଜିଲ୍ଲା ମହାସଚିବ ଧନେଶ୍ୱର ସିଂ, ଉପ ସଭାପତି ଚୈତୁ ସିଂ ଦାଉ, ସଚିବ ଚିତ୍ତରଞ୍ଜନ, ପ୍ରଚାର ସଚିବ ରଘୁନନ୍ଦ ଦେଓ, ସୁରେନ୍ଦ୍ର ଧରୁଆ, ସଦସ୍ୟ ଅଶ୍ୱିନୀ ଧରୁଆ, ସଫେତ ରାୟ, ପୀର ବାଈ ସିଦାର ଓ ରାଜ ବୋଡାସମ୍ବର ଅଞ୍ଚଳର ସମସ୍ତ ଗୋଁଣ୍ତୱାନା ଜାତି ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ସର୍ବସମ୍ମତି କ୍ରମେ ସଭାପତି ରୂପେ ଡିଲେଶ ସିର୍ଦାର, ଉପ ସଭାପତି ମମତା ଧରୁଆ, ମହା ସଚିବ ରମେଶ କୁମାର ସିର୍ଦାର, କୋଷାଧ୍ୟକ୍ଷ ରମେଶ କୁମାର ଜଗତ, ସଚିବ ଅନ୍ତରାମ ସିର୍ଦାର ସମେତ ୧୧ ଜଣଙ୍କୁ ଚୟନ କରି କମିଟି ଗଠନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.