pr

ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ : ଗୋପଭୂଷଣ ନାଥ ନୂତନ ପ୍ରବକ୍ତା ମନୋନୀତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ୟ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତିକରଣ, ସମ୍ବଲପୁର ଠାରୁ ଜାମ୍ବୁତାବି ଟ୍ରେନକୁ ଟିଟିଲାଗଡ ରେଲୱେ ଜଙ୍ଗସନ୍ ପର୍ୟ୍ୟନ୍ତ ସଂପ୍ରସାରଣ କରିବା, ବଲାଙ୍ଗିର ଜନସାଧାରଣଙ୍କ ପାଇଁ ନୂଆଁଦିଲ୍ଲୀ ପର୍ୟ୍ୟନ୍ତ ଟ୍ରେନ ଚଳାଚଳ ସୁବିଧା କରିବା, ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ୟ୍ୟ ଶୀଘ୍ର ତ୍ୱରାନ୍ୱିତ କରି ତାର ସମୟ ଅବଧି ମଧ୍ୟରେ ସମାପ୍ତ କରିବା ପାଇଁ ସ୍ଥାନୀୟ ଏମ୍‌ପି.ଙ୍କୁ ସାକ୍ଷାତ କେନ୍ଦ୍ର ସରକାର ଠାରେ ଦାବୀ ଉପସ୍ଥାପନ କରିବା ଆଦି ବିଷୟରେ ସଭ୍ୟମାନେ ବିଷଦ ଆଲୋଚନା ହୋଇଥିଲା । ଏହି ଅବସରରେ ନୁତନ ଭାବେ ଗୋପଭୂଷଣ ନାଥଙ୍କୁ ସଂଘର ପ୍ରବକ୍ତା ଭାବରେ ମନୋନୀତ କରାଯିବା ସହ ପ୍ରସନ୍ନ ମିଶ୍ରଙ୍କୁ ନୂତନ କାର୍ୟ୍ୟକାରିଣୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା । ଆଜିର ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ-ସଂପାଦକ ପ୍ରଭାକର ମିଶ୍ର, କାର୍ୟ୍ୟକାରୀ ସଭ୍ୟ ପଙ୍କଜିନୀ ପଣ୍ଡା, ବୃନ୍ଦାବନ ବରାଳ, ମନୋରଂଜନ ପୁରୋହିତ, ପର୍ଶୁରାମ ନାଏକ, ରଘୁନାଥ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ସଭା ଶେଷରେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.