କୋଭିଡ଼ କଟକଣା ଯୋଗୁଁ ଶ୍ରୀ ଲିଙ୍ଗରାଜ ମହୋତ୍ସବ ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଶ୍ରୀ ଲିଙ୍ଗରାଜ ଭଜନ ମଣ୍ଡପରେ ଶ୍ରୀ ଲିଙ୍ଗରାଜ ମହୋତ୍ସବ ଚଳିତ ବର୍ଷ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ କରି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ୬ ଦିନ ଧରି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସଂପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ । ତେବେ କୋଭିଡ଼ କଟକଣା ଯୋଗୁଁ ସବୁ କଳାକାର ମାନଙ୍କୁ ଆସିବାକୁ ମନା କରାଯାଇଛି । ଆସନ୍ତା ବର୍ଷ କୋଭିଡ଼ କଟକଣା ନଥିବ ଓ ପୁଣି ଏହି ମହୋତ୍ସବ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଏହି ରୋଗ ଆମ ଦେଶ ତଥା ରାଜ୍ୟରୁ ହଟିଯାଉ ବୋଲି ଶ୍ରୀ ଲିଙ୍ଗରାଜଙ୍କ ଠାରେ ପ୍ରାର୍ଥନା କରାଯିବା ସହ ଜନସାଧାରଣ କୋଭିଡ଼ କଟକଣା ପାଳନ କରିବାକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.