ମହୁଲ ଫୁଲ ଗୋଟେଇବାକୁ ନେଇ ମହିଳାଙ୍କୁ ଅପବ୍ୟବହାର ଓ ମାଡ ଘଟଣା : ଥାନାରେ ଅଭିଯୋଗର ୪ଦିନ ପରେ ମଧ୍ୟ ପୁଲିସର କାର୍ୟ୍ୟାନୁଷ୍ଠାନ ଶୂନ, ଦେଓଗାଁ ଥାନାରେ ଫେଲ ମାରୁଛି ଫାଇପ୍‌-ଟି

ଦେଓଗାଁ, (ମନୀଷ କୁମାର ସାହୁ) : ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତ୍ୟେକ ଥାନାରେ ମୋ ସରକାରର ‘ଫାଇପ୍‌ ଟି’ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ହେଲେ ଜଣେ ମହିଳାଙ୍କୁ ଅପବ୍ୟବହାର କରିବା ସହ ମାଡ଼ ମାରିବା ଭଳି ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ୟ୍ୟନୁଷ୍ଠାନ ନେଇନଥିବାରୁ ଦେଓଗାଁ ଥାନାରେ କୁଆଡ଼େ ଗଲା ‘ଫାଇପ୍‌-ଟି’ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି ହେଉଛି । ଦେଓଗାଁ ଥାନା ଅର୍ନ୍ତଗତ ବନ୍ଧପଡ଼ା ଫାଣ୍ଡି ଅଧିନସ୍ଥ କୁବୁରୀମହୁଲ ଗାଁରେ ବୁଧୁବାରୀ ବର୍ଗେ ଗତ ଶୁକ୍ରବାର ଦିନ ନିଜର ୨ଜଣ ଶିଶୁ ପୁତ୍ର ବବଲୁ(୧୧), ସୋନାଲି (୬)କୁ ନେଇ ମାଁଙ୍କ ଜମିର ଭଉଣୀ ଭାଗରେ ଲୁହାଖାନ ଗାଁରେ ଥିବା ମହୁଲ ଗଛରେ ମହୁଲ ଫୁଲ ଗେଟାଉଥିଲେ । ହେଲେ କୁବୁରୀମହୁଲ ଗାଁର ଟିକେଲାଲ ନାଗ ମହୁଲ ଗଛ ତଳକୁ ଆସି ଅସଭ୍ୟ ଭାଷାରେ ଗାଲି ଗୁଲଜ କରି ଅପବ୍ୟବହାର କରିବା ସହ ମୋତେ ଓ ମୋ ‌ଛୁଆ ମାନଙ୍କୁ ମାଡ଼ ମାରିଛି ବୋଲି ବନ୍ଧପଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି ଗତ ୧୯ତାରିଖ ଦିନ। ହେଲେ ଏହି ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ ଦେଓଗାଁ ପୁଲିସ ବୋଲି ଶ୍ରୀମତୀ ବର୍ଗେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳର ବିଭିନ୍ନ ଗାଁରୁ ଗଣ୍ଣଗୋଳ, ମାଡ଼-ପିଟକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି ହେଲେ ଦାୟିତ୍ୱରେ ଥିବା ବାବୁମାନେ ଏହି ଅଭିଯୋଗ ଗୁଡ଼ିକୁ ଧ୍ୟାନ ନ ଦେଇ ଓଲଟା ଅଭିଯୋଗକାରୀ ମାନଙ୍କୁ ଧମକ ଚମକ ଦେଇ ବିଦା କରି ଦେଉଥିବା ଅଭିଯୋଗ ହେଉଛି । ଯାହାଫଳରେ ଛୋଟିଆ କଥାକୁ ନେଇ ପରବର୍ତ୍ତୀ ସମୟରେ ମହାଭାରତ ସୃଷ୍ଟି ହେଉଥିବା ଦେଖାଯାଉଛି । ଏଣୁ ଦେଓଗାଁ ଥାନାରେ ହେଉଥିବା ଅଭିଯୋଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଠି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.