ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡ଼ିସାହିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ବଂଶୀଧର ନାୟକଙ୍କ ପତ୍ନୀ କୁନ୍ତଳା ନାୟକ (୫୫) । ସୂଚନା ଅନୁସାରେ କୁନ୍ତଳାଙ୍କୁ ଘର ବାରଣ୍ଡାରେ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅ ମଙ୍ଗଳୁ ନାୟକ, ପୁରେନ୍ଦ୍ର ନାୟକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ସଂପୃକ୍ତ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ମଙ୍ଗଳୁ ନାୟକଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟତମ ପୁଅ ପୁରେନ୍ଦ୍ର ନାୟକ ଫେରାର ଥିବା ଜଣାପଡିଛି । ଘଟଣାସ୍ଥଳରେ ଘଟଗାଁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି ।

Leave A Reply

Your email address will not be published.