pr

ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପର ନାମ ପରିବର୍ତ୍ତନ ହୋଇ କୁମୁଡ଼ା କଲ୍ୟାଣ ମଣ୍ଡପର ଲାଗିଲା ବୋର୍ଡ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେଡ଼ି ଶାସନ ସମୟରେ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିର ସାମ୍ନାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ନାମ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପ ରଖାଯାଇଥିଲା । ଏବେ ବିଜେପି କ୍ଷମତାକୁ ଆସିବା ପରେ ଯେହେତୁ ସରକାରୀ ଅନୁଦାନରେ ସେହି କଲ୍ୟାଣ ମଣ୍ଡପ ନିର୍ମିତ ହୋଇଥିଲା । ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ପରିବାର କିମ୍ବା ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ବ୍ୟକ୍ତିଗତ ସେହି କଲ୍ୟାଣ ମଣ୍ଡପରେ ତାଙ୍କର ଅର୍ଥ ଲାଗି ନଥିଲା ସେଥିପାଇଁ ବିରୋଧ ହେବା ସତ୍ତ୍ୱେ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପ ନାମିତ ହୋଇଥିଲା । ସେଥିପାଇଁ ପୁର୍ବରୁ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କୁମୁଡ଼ା ନହେଲେ ପ୍ରଭୁ ଧବଳେଶ୍ଵରଙ୍କ ନାମରେ ନାମିତ କରାଗଲେ ଉଚିତ୍‌ ହେବ ବୋଲି ଲୋକେ ପ୍ରଶାସନ ତଥା ନୂତନ ବିଧାୟକ ନବୀନ ଜୈନ ଓ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନଙ୍କୁ ପ୍ରସ୍ତାବ ଦେବା ପରେ ସୋମବାର ଦିନ ନୂତନ ଫଳକ ଲଗା ଯାଇ କୁମୁଡ଼ା କଲ୍ୟାଣ ମଣ୍ଡପ ନାଁରେ ନାମିତ କରାଯାଇଛି । ସେଠାରେ ଥିବା ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ଷ୍ଟେଚୁ ମଧ୍ୟ ହଟେଇ ଦିଆଯିବ ବୋଲି ସୂଚନା ମିଳିଛି । ଜନ ସାଧାରଣଙ୍କ ଆଗ୍ରହ ତଥା ରାଜ୍ୟ ରାଜକୋଷରୁ ଆସିଥିବା ଅନୁଦାନର ସଫଳ ରୂପାୟନ ପରେ ଉଚିତ ନାମକରଣ କରାଗଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

nrusinghnath
Leave A Reply

Your email address will not be published.