ଅନ୍ୱେଷଣ କ୍ରିଏସନ୍ସ ତରଫରୁ ନୂଆଁଖାଇ ଉପଲକ୍ଷେ ସର୍ଟ କୋସଲୀ ଫିଲ୍ମ ‘କୋସଲ ମାଟିର୍‌ ଛୁଆ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ, ବଲାଙ୍ଗିରଠାରେ ଅନ୍ୱେଷଣ କ୍ରିଏସନ୍ସ ନୂଆଁଖାଇ ଭେଟି କୋସଲୀ ସର୍ଟ ଫିଲ୍ମ “କୋସଲ ମାଟିର୍‌ ଛୁଆ”ର ମୁହୁରତ ହୋଇଯାଇଛି । ଅତିଥି ଆସନରେ ଡ. ଘାସିରାମ ମିଶ୍ର, ଜଗଦାନନ୍ଦ ଛୁରିଆ, ଗୋଲାପ ବାଗ, ସାନନ୍ଦ ମିଶ୍ର, ସନ୍ଦିପ କୁଅଁର, ପ୍ରଶାନ୍ତ ଖମାରୀ ଉପସ୍ଥିତ ଥିଲେ । ସଭା ସଂଯୋଜନା କରିଥିଲେ ତରଣୀ ସେନ ଦୀପ । ପଶ୍ଚିମ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଏକ ନିଆରା କାହାଣୀରେ ଗତିଶୀଳ ହୋଇଛି ଫିଲ୍ମଟି । ଫିଲ୍ମର ନିର୍ଦ୍ଦେଶନା ଭାର ପ୍ରକାଶ ଚନ୍ଦ୍ର ଥନାପତି ନିଭାଇଥିବା ବେଳେ ସହନିର୍ଦ୍ଦେଶନା ନିବୃତି ପଣ୍ଡା ଏବଂ ପ୍ରୟୋଜିକା ଅନୁରାଧା ଦେହୁରୀ । ଏହାକୁ ଅନ୍ୱେଷଣ କ୍ରିଏସନ୍ସ ୟୁଟ୍ୟୁବ୍‌ ଚ୍ୟାନାଲରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.