om academy

ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’ ଆସନ୍ତା ୧୦ରେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ’ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୱିଟର୍‌ ଲାଇଭ୍‌ ଏବଂ ୟୁଟ୍ୟୁବ୍‌ରେ ୧୦ ତାରିଖ ରବିବାର ସଂଧ୍ୟା ୫ଟା ସମୟରେ ଅନ୍‌ଲାଇନ୍‌ ଆସିବେ ବିବିଏମ୍‌ସିଏଚ୍‌ର ଏସୋସିଏଟ୍‌ ପ୍ରଫେସର (ମେଡ଼ିସିନ୍‌) ଡ. ନମିତା ମହାପାତ୍ର ଏବଂ ହ୍ରୁ୍ୟମାନ୍‌ ବଚ୍‌ପନ୍‌ ଟ୍ରଷ୍ଟର ପ୍ରକଳ୍ପ ନିର୍ଦ୍ଦେଶିକା ରୀନାରାଣୀ ବେହେରା । ତେବେ ଡ.ମହାପାତ୍ର ‘ଡାଇବେଟିକ୍‌ ବ୍ୟକ୍ତିଙ୍କ ଉପରେ କୋଭିଡ-୧୯ର ପ୍ରଭାବ’ ଉପରେ ଆଲୋଚନା କରିବେ ଏବଂ ରୀନାରାଣୀ ବେହେରା ‘କୋଭିଡ-୧୯ ସଂକ୍ରମଣ ସମୟରେ ମାନସିକ ସ୍ୱାସ୍ଥ୍ୟ’ ସଂପର୍କରେ ଆଲୋଚନା କରିବେ ବୋଲି କୁହାଯାଇଛି । ପ୍ରଦତ୍ତ ଚିତ୍ରରେ ଅନ୍‌ଲାଇନ୍‌ ଆସିବା ପାଇଁ ଲିଙ୍କ ଦିଆଯାଇଛି । ତେବେ ବଲାଙ୍ଗିର ଜିଲ୍ଲାର ଜନସାଧାରଣ ଏହି ଲିଙ୍କରେ ଯୋଡ଼ି ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.