ରେଡକ୍ରସ ସୋସାଇଟି ତରଫରୁ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହଠାରେ ହାଇଜେନିକ୍‌ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦିକା ରୀନା କୁମାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମରେ ଅନ୍ତେବାସୀଙ୍କୁ ମାକ୍ସ ଓ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ଜରୁରିକାଳୀନ ଅଧିକାରୀ ଶ୍ରୀମତୀ ନାଏକ ଅନ୍ତେବାସୀନୀଙ୍କୁ ପ୍ରଥମରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ମତ ରଖିଥିଲେ । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ହାତଧୁଆର ୬ଟି ସୋପାନକୁ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ ସଂଯୋଜନା କରିଥିବା ବେଳେ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରିକାଳୀନ କର୍ମଚାରୀ ଶ୍ରୀନିବାସ ତ୍ରିପାଠି, ସ୍ୱାଧାର ଆଶ୍ରୟ କେନ୍ଦ୍ରର କର୍ମଚାରୀ ଟଙ୍କଧର ମହାକୁର, ରଶ୍ମିତା ସାହୁ, ଶିବାନୀ ପଧାନ, କମଳିନୀ ପଣ୍ଡା ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.